ହରିଚନ୍ଦନପୁର: ସମ୍ବାଦ, ଆମ ଓଡ଼ିଶା ଓ ସାହିତ୍ୟଘର ପକ୍ଷରୁ ଆଜି ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ କରଯାଇଛି। ସାହିତ୍ୟଘର ସଂପାଦକ ଅକ୍ଷୟ କୁମାର ପଲେଇଙ୍କ ସଭାପତିତ୍ବରେ ସଭାପତି ଡ. କଳ୍ପନା ମହାନ୍ତି, ଉପଦେଷ୍ଟା ରଘୁନାଥ ମହାରଣା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ଧ୍ରୁବଚରଣ ସାହୁ, ଉପସଭାପତି ବସନ୍ତ କୁମାର ସାହୁ, ସମାଜସେବୀ ଶର୍ମିଷ୍ଠା ମହାନ୍ତି ଓ ସ୍ବେଚ୍ଛସେବୀ ଅନୁଷ୍ଠାନ ଆସ୍ପାୟାରର ବ୍ଲକ୍‌ ସଂଯୋଜକ ଅଶୋକ କୁମାର ସାହୁ ଅତିଥିଭାବେ ଯୋଗଦେଇଥିଲେ। ଭଉଣୀମାନେ ଭାଇମାନଙ୍କୁ ରାଖି ବାନ୍ଧି ନିଶାଠାରୁ ଦୂରେଇ ରହିବାପାଇଁ ଶପଥ ପାଠ କରାଇଥିଲେ। ଏହି ଅବସରରେ ବ୍ୟାନର ଓ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ମିସନ ଶକ୍ତିର ବ୍ଲକ୍‌ ସମ୍ପାଦିକା ରାଇମଣି ମହାନ୍ତ, ସଦସ୍ୟା ଧୁବୁଲି ସାହୁ, ସାହିତ୍ୟଘର କର୍ମକର୍ତ୍ତା ସୁଜାତା ଗୁପ୍ତା, ପୀତାମ୍ବର ସାହୁ, ରତିନାରାୟଣ ରାଉତ, କିଶୋର ଚନ୍ଦ୍ର ମହାନ୍ତି, କୃଷଚନ୍ଦ୍ର ମହାନ୍ତି, ନରହରି ମହାନ୍ତ ବର୍ମା, ସୁବ୍ରତ ସେଠୀ, ଆସ୍ପାୟାରର ଭରତ ମହାକୁଡ଼, ସମ୍ବିତ ସାହୁ, ଶ୍ରାବଣ କୁମାର ପଲେଇ, ବାସନ୍ତୀ ମହାନ୍ତ, ବିଜୟ ମହାନ୍ତ, ଗୁରୁଜୀ ଶତ୍ରୁଘ୍ନ ମହାନ୍ତ, ନିରଞ୍ଜନ ପାତ୍ର, ପଦ୍ମନାଭ ମହାନ୍ତ, କରୁଣାକର ବେହେରା, ଯଯାତି ମହାନ୍ତ, ଘନଶ୍ୟାମ ମହାନ୍ତ, ହେମଲତା ମହାନ୍ତ, ଉମାମଣି ମହାନ୍ତ, ଗାଁସାଥୀ ମେଟ୍‌ ସଂଘର ଆବାହକ ମନୋଜ କୁମାର ପଟେଲ, ଭାରତୀୟ ମଜଦୁର ସଂଘର ମିତ୍ରଭାନୁ ନାଏକ, ସମ୍ବାଦ- ଆମ ଓଡ଼ିଶା ବ୍ଲକ୍‌ ସଂଯୋଜକ ଶ୍ରୀନିବାସ ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।